KUMBH MELA 2025
  • REGISTER YOURSELF FOR THE SPIRITUAL RETREAT AT MAHA KUMBH MELA 2025 HERE.

5th Odisha State Level Geeta Chanting Competition

(An Initiative of Prajnana Mission to Spread the Message of the Holy Geeta)

SWITCH TO ENGLISH

ଆମର ପ୍ରିୟ ଗୁରୁଦେବ
ପରମହଂସ ହରିହରାନନ୍ଦଜୀଙ୍କ
ଦ୍ୱାରା ଅନୁପ୍ରାଣିତ

ଆମର ପ୍ରିୟ ଗୁରୁଜୀ
ପରମହଂସ ପ୍ରଜ୍ଞାନାନନ୍ଦଙ୍କ
ଦ୍ୱାରା ପରିଚାଳିତ

ଭଗବଦ୍ ଗୀତାର ତୃତୀୟ ଅଧ୍ୟାୟ
କର୍ମଯୋଗ ଉପରେ ଆଧାରିତ

କିଏ ଅଂଶଗ୍ରହଣ କରିପାରିବେ ?

ଓଡିଶାର ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ

'କ' ବିଭାଗ

'ଖ' ବିଭାଗ

'ଗ' ବିଭାଗ

'ଘ' ବିଭାଗ

୩ୟ, ୪ର୍ଥ, ଓ ୫ମ ଶ୍ରେଣୀ

୬ଷ୍ଠ, ୭ମ, ଓ ୮ମ ଶ୍ରେଣୀ

୯ମ, ୧୦ମ, ଓ +୨

ସ୍ନାତକ ଓ ସ୍ନାତକୋତ୍ତର

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କାର – ଗୋଟିଏ ବର୍ଷ ପାଇଁ ଛାତ୍ରବୃତ୍ତି।

୪ଟି

୪ଟି

୪ଟି

୫୦ଟି

୧୦ଟି

ପ୍ରଥମ ପୁରସ୍କାର
ମାସିକ ୫୦୦ ଟଙ୍କା

ଦ୍ଵିତୀୟ ପୁରସ୍କାର
ମାସିକ ୪୦୦ ଟଙ୍କା

ତୃତୀୟ ପୁରସ୍କାର
ମାସିକ ୩୦୦ ଟଙ୍କା

ସ୍ଵ।ନ୍ତନାମୂଳକ ପୁରସ୍କାର
ମାସିକ ୧୦୦ ଟଙ୍କା

ସ୍ୱତନ୍ତ୍ର ପୁରସ୍କାର
ମାସିକ ୧୦୦ ଟଙ୍କା

ଏହି ପ୍ରତିଯୋଗିତା ତିନି ସ୍ତରରେ ଅନୁଷ୍ଠିତ ହେବ ।

ବ୍ଲକ ସ୍ତର, ଜିଲ୍ଲା ସ୍ତର, ରାଜ୍ୟ ସ୍ତର।

ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା (ସ୍କ୍ରିନିଂ ରାଉଣ୍ଡ)

ବିଭାଗ

ଶ୍ରେଣୀ

ଶ୍ଳୋକ

ସମୁଦାୟ ଶ୍ଳୋକ

'କ' ବିଭାଗ

୩ୟ, ୪ର୍ଥ, ଓ ୫ମ ଶ୍ରେଣୀ

ଶ୍ଳୋକ ୧-୮

'ଖ' ବିଭାଗ

୬ଷ୍ଠ, ୭ମ, ଓ ୮ମ ଶ୍ରେଣୀ

ଶ୍ଳୋକ ୯-୧୮

୧୦

'ଗ' ବିଭାଗ

୯ମ, ୧୦ମ, ଓ +୨

ଶ୍ଳୋକ ୧୯-୩୦

୧୨

'ଘ' ବିଭାଗ

ସ୍ନାତକ ଓ ସ୍ନାତକୋତ୍ତର

ଶ୍ଳୋକ ୩୦-୪୩

୧୪

ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯିବ। ଯେଉଁଠାରେ କୌଣସି ବିଭାଗରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି, ତା’କୁ ଦୁଇଟି ଦଳରେ ବିଭକ୍ତ କରାଯାଇପାରେ। ପ୍ରତ୍ୟେକ ଦଳରେ ଅଲଗା ଅଲଗା ପ୍ରତିଯୋଗିତା ହୋଇପାରେ ଏବଂ ପ୍ରତ୍ୟେକ ଦଳର ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ପୁରସ୍କାର ବିଜେତାଙ୍କୁ ଯୁଗ୍ମ ବିଜେତା ଘୋଷିତ କରାଯାଇପାରେ।

ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶ୍ଳୋକଗୁଡିକ ଆବୃତ୍ତି କରିବାକୁ ପଡିବ। ତେବେ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ କେବଳ ବ୍ଲକ ସ୍ତରରେ ବହି ଦେଖି ଆବୃତ୍ତି କରିବାକୁ ଅନୁମତି ଦିଆଯିବ, କିନ୍ତୁ ସ୍ମୃତି ପାଇଁ କୌଣସି ମାର୍କ ପ୍ରଦାନ କରାଯିବ ନାହିଁ। ଯଦି କେହି ସ୍ମୃତିରୁ କିଛି ଆବୃତ୍ତି କରନ୍ତି ଏବଂ ତାପରେ ପୁସ୍ତକ ଦେଖି ଆବୃତ୍ତି କରନ୍ତି ତେବେ ଆନୁପାତିକ ହାରରେ ମାର୍କ ଦିଆଯିବ।

ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା (ଯୋଗ୍ୟତା ରାଉଣ୍ଡ)

ବିଭାଗ

ଶ୍ରେଣୀ

ଶ୍ଳୋକ

ସମୁଦାୟ ଶ୍ଳୋକ

'କ' ବିଭାଗ

୩ୟ, ୪ର୍ଥ, ଓ ୫ମ ଶ୍ରେଣୀ

ଶ୍ଳୋକ ୧୬-୨୩

'ଖ' ବିଭାଗ

୬ଷ୍ଠ, ୭ମ, ଓ ୮ମ ଶ୍ରେଣୀ

ଶ୍ଳୋକ ୨୩-୩୨

୧୦

'ଗ' ବିଭାଗ

୯ମ, ୧୦ମ, ଓ +୨

ଶ୍ଳୋକ ୩୨-୪୩

୧୨

'ଘ' ବିଭାଗ

ସ୍ନାତକ ଓ ସ୍ନାତକୋତ୍ତର

ଶ୍ଳୋକ ୧-୧୫

୧୫

ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାର ପୁରସ୍କାର ବିଜେତାମାନେ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ବିଭାଗରୁ କେବଳ ତିନିଜଣ ବିଜେତାଙ୍କୁ ପ୍ରଥମ, ଦ୍ଵିତୀୟ, ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯିବ ଯେଉଁମାନେ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ହେବେ। ଜିଲ୍ଲାସ୍ତରରେ ମିଳିତ ବିଜେତା ହେବାର କୌଣସି ବ୍ୟବସ୍ଥା ନାହିଁ। ଜିଲ୍ଲାସ୍ତରରେ ପୁରସ୍କାର ବିଜେତାମାନଙ୍କୁ ନିର୍ଦ୍ଧିଷ୍ଟ ପଞ୍ଜିକରଣ ଫର୍ମ ପୁରଣ କରି ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଭାଗ ନେବାକୁ ନିଜକୁ ପଞ୍ଜିକରଣ କରିବାକୁ ପଡିବ।

ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିର୍ଦିଷ୍ଟ ଶ୍ଳୋକଗୁଡିକୁ ମନେରଖି ଆବୃତ୍ତି କରିବାକୁ ପଡିବ। ପୁସ୍ତକ ଦେଖି ଆବୃତ୍ତି କରିବାକୁ ଅନୁମତି ଦିଆଯିବ ନାହିଁ। ଯେଉଁମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ସେମାନେ ଅଂଶଗ୍ରହଣକାରୀ ପ୍ରମାଣପତ୍ର ପାଇବେ।

ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା (ଫାଇନାଲ ରାଉଣ୍ଡ)

ବିଭାଗ

ଶ୍ରେଣୀ

ଶ୍ଳୋକ

ସମୁଦାୟ ଶ୍ଳୋକ

'କ' ବିଭାଗ

୩ୟ, ୪ର୍ଥ, ଓ ୫ମ ଶ୍ରେଣୀ

ଶ୍ଳୋକ ୨୮-୩୫

'ଖ' ବିଭାଗ

୬ଷ୍ଠ, ୭ମ, ଓ ୮ମ ଶ୍ରେଣୀ

ଶ୍ଳୋକ ୩୪-୪୩

୧୦

'ଗ' ବିଭାଗ

୯ମ, ୧୦ମ, ଓ +୨

ଶ୍ଳୋକ ୧-୧୨

୧୨

'ଘ' ବିଭାଗ

ସ୍ନାତକ ଓ ସ୍ନାତକୋତ୍ତର

ଶ୍ଳୋକ ୧୩-୨୭

୧୫

ଜିଲ୍ଲାସ୍ତରର ପୁରସ୍କାର ବିଜେତାମାନେ କେବଳ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ହେବେ। ରାଜ୍ୟସ୍ତରରେ ପୁରସ୍କାର ବିଜେତାମାନେ ଏକ ବର୍ଷ ପାଇଁ ଛାତ୍ରବୃତ୍ତି ପାଇବେ। ଯେଉଁମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ସେମାନେ ଏକ ଉପହାର ଏବଂ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ।

ମୂଲ୍ୟାୟନ ପଦ୍ଧତି

ସ୍ମରଣ

ଉଚ୍ଚାରଣ

ଉପସ୍ଥାପନା

ସମୁଦାୟ

ସ୍ମରଣ - ଶ୍ଳୋକ ଗୁଡିକୁ କଣ୍ଠସ୍ଥ କରି ଆବୃତ୍ତି କରିବା ।

ନିରନ୍ତରତା - ଅଟକି ନଯାଇ ଗୋଟିଏ ପରେ ଗୋଟିଏ ଶ୍ଳୋକ ଆବୃତ୍ତି କରିବା ।

ଆତ୍ମବିଶ୍ୱାସ - ଭୟ ନକରି ଦୃଢ ମନୋବଳ ସହିତ ଆବୃତ୍ତି କରିବା ।

ଉଚ୍ଚାରଣ - ପ୍ରତ୍ୟେକ ଶବ୍ଦକୁ ସ୍ପଷ୍ଟ ଓ ସଠିକ ଉଚ୍ଚାରଣ କରିବା ।

ଭକ୍ତିଭାବ - ବିଚାରକମାନଙ୍କୁ ସମ୍ମାନ ଜଣାଇ, ରଖାଯାଇଥିବା ବିଗ୍ରହ / ପ୍ରତିମାକୁ ପ୍ରଣାମ କରି ହାତଯୋଡ଼ି ଗୀତା ଆବୃତ୍ତି କରିବା । ଆବୃତ୍ତି ସମାପ୍ତ ହେବା ପରେ ବିଚାରକମାନଙ୍କୁ ସମ୍ମାନ ଜଣାଇ ଯିବା । ଯୋତା ପିନ୍ଧି ଆବୃତ୍ତି କରିବା ନାହିଁ ।

ମାର୍ଜିତ ପୋଷାକ - ବିଦ୍ୟାଳୟର ୟୁନିଫର୍ମ ଅଥବା ମାର୍ଜିତ ପୋଷାକ ପିନ୍ଧି ଆସିବା । ଆଧୁନିକ, ସୌଖୀନ, ରଙ୍ଗବେରଙ୍ଗ ପୋଷାକରେ ଆସିବା ନାହିଁ ।

କଣ୍ଠ - ସମସ୍ତଙ୍କୁ ଶୁଭିଲା ଭଳି ଉଚ୍ଚ କଣ୍ଠରେ ଆବୃତ୍ତି କରିବା ।

ସ୍ୱର - ଆବୃତ୍ତି ଶୃତି ମଧୁର ହେବା ଆବଶ୍ୟକ ।

ସମୁଦାୟ

୩୦

୩୦

୧୦

୧୦

୧୦୦

ବ୍ଲକସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଏହା ପ୍ରଯୁଜ୍ୟ। ତେବେ ରାଜ୍ୟସ୍ତରରେ ମୂଲ୍ୟାୟନ ପଦ୍ଧତି ଅଲଗା ହେବ।

ଯେତେବେଳେ ଦୁଇ କିମ୍ବା ଅଧିକ ପ୍ରତିଯୋଗୀଙ୍କ ମାର୍କ ସମାନ ହୁଏ, ଉଚ୍ଚାରଣରେ ସର୍ବାଧିକ ମାର୍କ ରଖିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପାଇଁ ବିଚାରକୁ ନିଆଯିବ। ଯଦି ଉଚ୍ଚାରଣରେ ମଧ୍ୟ ସମାନ ମାର୍କ ଥାଏ, ତେବେ ସ୍ମରଣରେ ଅଧିକ ମାର୍କ ରଖିଥିବା ପ୍ରତିଯୋଗୀଙ୍କୁ ଅଗ୍ରାଧିକାର ଦିଆଯିବ। ମୂଲ୍ୟାଙ୍କନ ପ୍ରକିୟାରେ ବିଚାରପତିଙ୍କ ନିଷ୍ପତି ଚୂଡାନ୍ତ ଏବଂ ଏଥିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ।

କେତେବେଳେ ପ୍ରତିଯୋଗିତା ଆରମ୍ଭ ହେବ ?

ବ୍ଲକସ୍ତରୀୟ ପ୍ରତିଯୋଗିତା ସାଧାରଣତଃ ଜୁଲାଇ ମାସରୁ ଆରମ୍ଭ ହୋଇଥାଏ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ସାଧାରଣତଃ ଅକ୍ଟୋବର-ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥାଏ। ରାଜ୍ୟସ୍ତରୀୟ ପ୍ରତିଯୋଗିତା ସାଧାରଣତଃ ଡ଼ିସେମ୍ବର ଶେଷ ସପ୍ତାହରେ ଅନୁଷ୍ଠିତ ହୋଇଥାଏ।

ଅକ୍ଟୋବର ମାସରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ତାରିଖ ଏବଂ ସ୍ଥାନ ଘୋଷଣା କରାଯିବ।

ଭଗବଦ୍ ଗୀତାଙ୍କର ସମ୍ପୂର୍ଣ୍ଣ ଆବୃତ୍ତି।

ଯେଉଁମାନେ ସମ୍ପୂର୍ଣ୍ଣ ଭଗବଦ୍ ଗୀତାକୁ କଣ୍ଠସ୍ଥ କରି ଆବୃତ୍ତି କରିପାରିବେ ସେମାନଙ୍କ ପାଇଁ ନଭେମ୍ବର ମାସରେ ପୁରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁମାନେ ସଫଳତାର ସହିତ ସମ୍ପୂର୍ଣ୍ଣ ଭଗବଦ୍ ଗୀତା ଆବୃତ୍ତି କରିପାରିବେ, ସେମାନଙ୍କୁ ଏକ ସ୍ଵର୍ଣ୍ଣ ପଦକରେ ସମ୍ମାନିତ କରାଯିବ। ଏଥିରେ ଅଂଶଗ୍ରହଣ କରିବାକୁ ଇଛୁକ ପ୍ରତିଯୋଗୀମାନେ ଶ୍ରୀମତୀ ସୁଜାତା ମିଶ୍ରଙ୍କୁ WhatsApp No. ୯୪୩୭୦୮୧୬୯୭ ରେ ଯୋଗାଯୋଗ କରିପାରିବେ।

ଧ୍ୟାନ ଦେବା ପାଇଁ କିଛି ଗୁରୁତ୍ୱପୂର୍ଣ ବିନ୍ଦୁ।

୧. ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଶୁଳ୍କ ଆଦାୟ କରାଯାଏ ନାହିଁ।

୨. ଛାତ୍ରଛାତ୍ରୀମାନଙ୍କୁ ନିଜ ଖର୍ଚ୍ଚରେ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ।

୩. ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନଙ୍କୁ ସାଧାରଣ ଆବାସ ଏବଂ ଶାକାହାରୀ ଖାଦ୍ୟ ଯୋଗାଇ ଦିଆଯିବ।

୪. ଓଡ଼ିଶାର ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ କେବଳ ଅଂଶଗ୍ରହଣ କରିପାରିବେ।

ଭଗବଦ୍ ଗୀତାର ତୃତୀୟ ଅଧ୍ୟାୟର ଅଡିଓ

ଅଡିଓ ଡାଉନଲୋଡ

ସମସ୍ତ ପୁରସ୍କାର ବିଜେତା

ଗୀତା ଆବୃତ୍ତି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିଲେ, ନିମ୍ନରେ ଉପସ୍ଥିତ ଥିବା “ରେଜିଷ୍ଟର ନାଓ” ଲିଙ୍କରେ କ୍ଲିକ୍ କରନ୍ତୁ |

<!–REGISTER NOW!–> REGISTER NOW!

ରାଜ୍ୟ ସଂଯୋଜକ

ସ୍ୱାମୀ ବ୍ରହ୍ମଜ୍ଞାନାନନ୍ଦ ଗିରି (୮୮୯୫୩୦୦୪୦୦)

ସ୍ୱାମୀ ସୁଗୀତାନନ୍ଦ ଗିରି (୮୫୯୮୮୯୯୩୭୧)

ସ୍ୱାମୀ ବିଶ୍ୱରୂପାନନ୍ଦ ଗିରି (୮୮୯୫୬୪୫୮୨୧)

ପ୍ରତିଯୋଗିତାର ଆୟୋଜନରେ ସ୍ବେଛାକୃତ ଭାବରେ ସହଯୋଗ କରିବାକୁ ଚାହୁଁଥିଲେ ତଳେ ଥିବା ଲିଙ୍କ ଟିକୁ କ୍ଲିକ କରନ୍ତୁ ।

<!–I WANT TO VOLUNTEER–> I WANT TO VOLUNTEER

ଏହି ମହତ୍ କାର୍ଯ୍ୟ ପାଇଁ ଦୟାକରି ଦାନ କରନ୍ତୁ।
DONATION
ଗୀତା ପ୍ରତିଯୋଗିତା ପାଇଁ ସ୍ଥାନୀୟ ଯୋଗାଯୋଗ, ଏଠାରେ କ୍ଲିକ୍ କରନ୍ତୁ |
PRAJNANA MISSION